ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅଞ୍ଚଳରୁ ପୁଣି ଜବତ ହେଲା ବ୍ରାଉନ ସୁଗାର । ପେଟ୍ରୋଲିଂ ସମୟରେ ବ୍ରାଉନ ସୁଗାର ନେଇ ବାଇକ୍ରେ ଯାଉଥିବା ଯୁବକକୁ କାବୁ କରିଛି ସମ୍ବଲପୁର ଅବକାରୀ ବିଭାଗ ଗୁଇନ୍ଦା ସ୍କ୍ୱାର୍ଡ । ଶାଳଣିଆଁ-ଚଷାଖଣ୍ଡ ରାସ୍ତାରୁ କାବୁ କରିଛଛି ଟିମ୍ ।ଗିରଫ ଯୁବକ ଜଣକ ଭଦ୍ରକ ଗ୍ରାମାଞ୍ଚଳ ଥାନା ସମରାଇପୁର ଗାଁର ସୁଶାନ୍ତ କୁମାର ନାୟକ । ତା ନିକଟରୁ ୫୫ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଯାହାର ଆନୁମାନିକ ବଜାର ମୂଲ୍ୟ ୫ଲକ୍ଷ ୫୦ ହଜାର ଟଙ୍କା ହୋଇଥିବା ଅବକାରି ବିଭାଗ ତରଫରୁ ଜଣା ପଡିଛି ।
ଯୁବକ ଜଣକ ନିୟମିତ ଭାବେ ବ୍ରାଉନ ସୁଗାର ଆଣି ଏହି ଅଞ୍ଚଳରେ ବିକ୍ରି କରୁଥିବା ଖବର ଅବକାରି ଗୁଇନ୍ଦା ବିଭାଗ ନିକଟରେ ରହିଥିଲା । ଗତ ମାସ ମଧ୍ୟରେ ନନ୍ଦିପଦା ଥାନା ଅଞ୍ଚଳରୁ ବ୍ରାଉନ ସୁଗାର ଜବତ ହେବା ଏହା ଦ୍ୱିତୀୟ ଘଟଣା ।
