Odia News Portal

ସଇଁନ୍ତଲା ରେଲୱେ ଷ୍ଟେସନ ନିକଟରେ ଭୟାବହ ଅଗ୍ନିକାଣ୍ଡ

ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ରେଲୱେ ଷ୍ଟେସନରୁ ଠିକ ଦୁଇଶହ ମିଟର ଦୁରରେ ଥିବା ସିଲେଟପଡା ରେଲୱେ ଷ୍ଟେସନ ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି।ଅନେକ ଦିନ ଧରି ଏଲଏନଟି କମ୍ପାନୀ ସଇଁନ୍ତଲା ରେଲୱେ ଷ୍ଟେସନ ନିକଟରେ କାମ କରୁଥିବା ନେଇ ସଇଁନ୍ତଲା ସିଲେଟ ପଡ଼ା ଠାରେ କେବୁଲ ପାଇପ, ସହ ବିଦ୍ୟୁତ୍ ତାର ଓ ଲାଇଟ ଖମ୍ଭା ସହ ଲକ୍ଷାଧିକ ଟଙ୍କା ର ବିଦ୍ୟୁତ ସାମଗ୍ରୀ ରଖା ଯାଇଥିଲା କୌଣସି କାରଣ ରୁ ଆଜି ସକାଳ ୯ ଟା ରୁ ୧୧ ଟା ପର‌୍ୟ୍ୟନ୍ତ ଏଥିରେ ନିଆ ଲାଗିଥିଲା ଫଳରେ ଅନେକ ସମୟ ଧରି ଅଞ୍ଚଳ ରେ ଭୟାବହ ପରିସ୍ଥିତି ଦେଖାଦେଇଥିଲା ଓ ଯାମପଦର ଓ ସଇଁନ୍ତଲା ରାସ୍ତା ଟି ଯୋଗାଯୋଗ ବିଛିନ୍ନ ହୋଇପଡ଼ିଥିଲା।

ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ କୁ ଯୋଗାଯୋଗ କରିଥିଲେ।ସଇଁନ୍ତଲା ଓ ଦେଓଗାଁ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ କୁ ଆୟତ୍ତ କରିବା ପାଇଁ ପ୍ରୟାସ କରି ଥିଲା ୩ ଘଣ୍ଟା ପରେ ନିଆଁ କୁ ଆୟତ କରିଛି ଅଗ୍ନିଶମ ବିଭାଗ । ଅନ୍ୟପଟେ ନିଆଁ କିଏ ଲଗାଇଲା ଓ କେଉଁ କାରଣ ରୁ ଏଭଳି ଭାବେ ନିଆଁ ଲାଗିଲା ତାହା ନେଇ କାରଣ ଅସ୍ପଷ୍ଟ ରହିଛି । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟ ରେ ଭୟଭୀତ ଅବସ୍ଥାରେ ରହିଥିଲା । ବର୍ତମାନ ଅଗ୍ନିଶମ ବିଭାଗ ନିଆଁ କୁ ଆୟତ କରିବାରେ ସଫଳ ହୋଇଛି ।