Odia News Portal

ମର୍ମନ୍ତୁଦ ସଡକ ଦୁର୍ଘଟଣା:୨ ଗୁରୁତର

ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ବାଇପାସ ରାସ୍ତାର ଦାଣ୍ଡମୁକୁନ୍ଦପୁର ନିକଟରେ ଏକ ବାଇକ୍‌‌ ଭାରସାମ୍ୟ ହରାଇ ରାସ୍ତା କଡ଼ ନୟନଜୋରୀ ମଧ୍ୟକୁ ଖସି ପଡ଼ିଛି। ଫଳରେ ୨ଜଣ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ଉଭୟ ଆହତଙ୍କ ଘର ବାଙ୍କି ଅଞ୍ଚଳରେ ହୋଇଥିବାବେଳେ ସେମାନେ ଭୁବନେଶ୍ୱରରେ ରହୁଥିବା ସୂଚନା ମିଳିଛି।