Odia News Portal

ସମ୍ବଲପୁରରେ ଆଉ ଦୁଇ ଦିନ ସ୍କୁଲ୍ ଛୁଟି

ସମ୍ବଲପୁରରେ ଆଉ ଦୁଇ ଦିନ ସ୍କୁଲ୍ ଛୁଟି । ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଛୁଟି ଅବଧି ବଢ଼ାଇଲେ ଜିଲ୍ଲା ପ୍ରଶାସନ । ସୋମବାର ଓ ମଙ୍ଗଳବାର ଜିଲ୍ଲାର ସବୁ ସ୍କୁଲ୍ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଗତକାଲି ଏପ୍ରିଲ୍ ୧୭ରୁ ପୁଣି ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ହେବ ବୋଲି ଘେଷଣା କରାଯାଇଥିଲା  । ସକାଳ ୬ଟା ୩୦ରୁ ଦିନ ୧୧ଟା ପର୍ଯ୍ୟନ୍ତ କ୍ଲାସ୍ ହେବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସମୟ ନିର୍ଘଣ୍ଟ ବଦଳାଇପାରିବେ । ଏ ନେଇ ସୂଚନା ଦେଇଥିଲେ।  ସୂଚନା ଓ ଲୋକସମ୍ପର୍କ ବିଭାଗ ।