Odia News Portal

ପୁରୀରେ ବରିଷ୍ଠ ସମାଜସେବୀ ସ୍ବର୍ଗତ ଶ୍ରୀନିବାସ ଷଡଙ୍ଗୀଙ୍କ ସ୍ମୃତିସଭା ଅନୁଷ୍ଠିତ

ରବିବାର ଦିନ ଦଶାହ କାର୍ଯ୍ୟ ନିଜ ବାସଭବନ ସିଦ୍ଧମହାବିର ମୈତ୍ରୀ ବିହାର ରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ସ୍ବର୍ଗତ ଷଡଙ୍ଗୀଙ୍କ ପରିବାର ଓ ଅତ୍ମୀୟସ୍ୱଜନଙ୍କ ପକ୍ଷରୁ ଆୟୋଜିତ ହୋଇଥିଲା ଏହି ସ୍ମୃତିସଭା । ଶ୍ରୀଯୁକ୍ତ ଷଡଙ୍ଗୀ ସର୍ବଦା ସମାଜ ପ୍ରତି କିଛି ନୂଆ କାର୍ଯ୍ୟ କରିବାକୁ ଚିନ୍ତିତ ଥିଲେ ଓ ସମାଜ ରେ ଅନେକ କିଛି ପରିବର୍ତ୍ତନ ପାଇଁ ମଧ୍ୟ ଆଶା ରଖିଥିଲେ । ଗତ ୨୩ ବର୍ଷ ହେବ ସେ ପାର୍କୀନସନ ରୋଗ ରେ ଆକ୍ରାନ୍ତ ହେବା ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ । ସୂଚନାଯୋଗ୍ୟ କି ଯେତେବେଳେ ତାଙ୍କୁ ୪୦ ବର୍ଷ ହୋଇଥିଲା ସେତେବେଳୁ ସେ ପାର୍କୀନସନ ରୋଗ ରୁ ସୁସ୍ଥ ଲାଭ ପାଇଁ ଔଷଧ ନେଉଥିଲେ କିନ୍ତୁ ଦୁର୍ଭାଗ୍ୟ ର କଥା ୦୭ ଏପ୍ରିଲ ୨୦୨୩ ରେ ଶ୍ରୀଯୁକ୍ତ ଷଡଙ୍ଗୀ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଗତ ୨୩ ବର୍ଷ ଧରି ସେ ଘରେ ଚିକିତ୍ସିତ ହେଉଥିଲେ ଓ ଏଥିରେ ତାଙ୍କ ଧର୍ମପତ୍ନୀ ସନ୍ଧ୍ୟାରାଣୀ ଷଡଙ୍ଗୀ ଓ ମାଁ ସୁଲୋଚନା ଷଡଙ୍ଗୀ ସେବା ପ୍ରଦାନ କରିବା ସହ ତାଙ୍କ ଯତ୍ନ ନେଉଥିଲେ । ଆଜି ଅନୁଷ୍ଠିତ ଏହି ସ୍ମୃତିସଭା ରେ ପରିବାରବର୍ଗ ସମେତ ଅତ୍ମୀୟସ୍ଵଜନ ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ମଧ୍ୟ ଯୋଗଦାନ କରିଥିଲେ ।