Odia News Portal

ରାଜ୍ୟରେ ବିଦ୍ୟୁତ୍ କାଟ ହେଉନି, ଓଭର ଲୋଡିଂ ଦ୍ୱାରା ପାୱାର ଲାଇନ ଟ୍ରିପ୍ ହୋଇଯାଉଛି : ଶକ୍ତି ମନ୍ତ୍ରୀ

 ରାଜ୍ୟରେ ବିଦ୍ୟୁତ୍ ଯୋଗାଣର କୌଣସି ଅଭାବ ନାହିଁ। ଅନେକ ଜାଗାରେ ଓଭର ଲୋଡିଂ ଦ୍ୱାରା ପାୱାର ଲାଇନ ଟ୍ରିପ ହେଇଯାଉଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ହେଉଥିବା ବିଦ୍ୟୁତ୍ କାଟ ପ୍ରସଙ୍ଗରେ ଏଭଳି ସଫେଇ ଦେଇଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ।

ସେ କହିଛନ୍ତି, ବିଶେଷ କରି ଭୁବନେଶ୍ୱର ଅଞ୍ଚଳରେ ଥରେ ଲାଇନ ଟ୍ରିପ କରିଗଲେ ତାକୁ ଠିକ୍ କରିବା ପାଇଁ ୬ରୁ ୭ ଘଣ୍ଟା ସମୟ ଲାଗୁଛି। ଆଉ ଗାଁ ଗହଳିରେ ଏହି ସମୟ ଟିକିଏ ଅଧିକ ହେଉଛି। କେମିତି ନିରବଚ୍ଛିନ୍ନ ବିଜୁଳି ଯୋଗାଇ ଦେଇ ପାରିବୁ ଆମେ ସମସ୍ତେସେଇ ଚେଷ୍ଟା କରୁଛୁ। ଯେଉଁଠି ଲାଇନ କଟିଯାଇଛି କିଂବା ତାର ଛିଣ୍ଡି ଯାଇଛି କି ଟ୍ରାନ୍ସଫର୍ମର ପୋଡ଼ିଯାଇଛି,  ଯଦି ସେଠି ଲୋକେ କହିବା ପରେ ବି କେହି ଅଧିକାରୀ ଯାଉନାହାନ୍ତି, ସେଥିପାଇଁ ଆମେ ଦୁଇ ଦିନ ତଳେ ସବୁ ଅଧିକାରୀଙ୍କୁ ଡାକି ତାଗିଦ କରିଛୁ। ଲୋ ଭୋଲଟେଜକୁ ନେଇ ଯେଉଁ ଅଭିଯୋଗ ଆସୁଛି ସିଧାକଥା କହିବାକୁ ଗଲେ ସେଠାରେ ବୈଷଷୟିକ ତ୍ରୁଟି ରହିଛି। ଯେଉଁଠି ଲାଇନ ଦୂର ବାଟରେ ଅଛି, ଟ୍ରାନ୍ସଫରମର କ୍ଷମତାଠାରୁ  ଓଭର ଲୋଡ ଅଛି ସେଠି ଲୋ ଭୋଲଟେଜ ହେବ।