ଜଣାଶୁଣା ସ୍ତମ୍ଭକାର ତଥା ଲେଖକ ତାରେକ ଫତହ ଆଉ ନାହାନ୍ତି । ତାରେକ କ୍ୟାନସରରେ ସଂକ୍ରମିତ ହୋଇ ଗତ କିଛିଦିନ ଧରି ମେଡିକାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ମୃତ୍ୟୁ ନେଇ ତାଙ୍କ ଝିଅ ନତାଶା ଫତହ ସ୍ପଷ୍ଟ କରିଛନ୍ତି । ‘ପଞ୍ଜାବର ସିଂହ, ହିନ୍ଦୁସ୍ତାନର ସନ୍ତାନ ଆଉ ନାହାନ୍ତି’ ବୋଲି ନତାଶା ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ୩ ଦିନ ପୂର୍ବରୁ ତାରେକଙ୍କ ମୃତ୍ୟୁକୁ ନେଇ ସୋସିଆଲ ମିଡ଼ିଆରେ ଗୁଜବ ସୃଷ୍ଟି ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା ।