Odia News Portal

ଦେଶର ସବୁଠାରୁ ବଡ ଛେଳି,ଦାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଛେଳି ପାଳନ ଏକ ଲାଭଦାୟକ ଚାଷ । ଆଜିକା ସମୟରେ ଅନେକ ଜଣ ଛେଳି ପାଳନ କରି ଆତ୍ମନିର୍ଭର ହୋଇପାରୁଛନ୍ତି । ତେବେ ଆପଣ ୫ କିଲୋ, ୧୦ କିଲୋ କିମ୍ବା ୨୦ କିଲେ ଓଜନର ଛେଳି ଦେଖିଥିବେ । ଭାବୁଥିବେ ଛେଳିର ଓଜନ ସେତିକି । କିନ୍ତୁ ଆଜି ଆମେ ଯେଉଁ ଛେଳି ବିଷୟରେ କହିବାକୁ ଯାଉଛୁ ତାର ଓଜନ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କେବଳ ଏତିକି ନୁହେଁ ଛେଳିର ଦାମ ବି ଆଶ୍ଚର୍ଯ୍ୟ କଲା ଭଳି । ଭାରତରେ ଛେଳିଙ୍କ ଚାଷ ପାଇଁ ଏକ ପ୍ରସିଦ୍ଧ ସ୍ଥାନ ହେଉଛି ମଧ୍ୟପ୍ରଦେଶର ଭୋପାଳ । ଏଠାରେ ଜଣେ ଛେଳିପାଳକ ଗୋଟିଏ ଛେଳି ପାଳନ ରଖିଛନ୍ତି ଯାହାର ଓଜନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନିଜ ଫାର୍ମରେ ସେ ୧୭୬ କିଲୋ ଓଜନର ଛେଳି ପାଳନ କରିଛନ୍ତି । ଏହି ଛେଳିର ନାଁ ସେ ରଖିଛନ୍ତି କିଙ୍ଗ । ୩ ଫୁଟ ସାତ ଇଞ୍ଚର ଏହି ଛେଳି ସମସ୍ତଙ୍କ ପାଇଁ ଆକର୍ଷଣ ସାଜିଛି । ଚାଷୀ ଜଣକ ଏହି ଛେଳିର ଦାମ ୧୫ ଲକ୍ଷ ଟଙ୍କା ବୋଲି କହିଛନ୍ତି ।

ଭୋପାଳ ଆନନ୍ଦପୁରା କୋକତା ନିବାସୀ ସୁହେଲ ଅହମ୍ମଦ । ତାଙ୍କର ଇବ୍ରାହିମ ଗୋଟ ଫାର୍ମ ନାଁରେ ଗୋଟିଏ ଫାର୍ମ ରହିଛି । ଏଠାରେ ସେ ଅଲଗା ଅଲଗା ପ୍ରଜାତିର ଛେଳିପାଳନ କରୁଛନ୍ତି । ତେବେ ତାଙ୍କ ଫାର୍ମରେ ସେ ଗୋଟିଏ ଛେଳି ରଖିଛନ୍ତି ଯାହାର ଦାମ ୧୭୬ କିଲୋ । ତାର ଉଚ୍ଚତା ୩ ଫୁଟ ସାତ ଇଞ୍ଚ ହୋଇଥିବା ବେଳେ ତାର ବୟସ ଦୁଇ ବର୍ଷ ୬ ମାସ । ଛେଳିର ନାଁ ସେ କିଙ୍ଗ ରଖିଛନ୍ତି । ୧୫ ଲକ୍ଷ ଟଙ୍କାର ଏହି ଛେଳିଟି ଦେଶର ଦାମୀ ଛେଳି । କୃଷକ ଜଣକ ଦାବି କରିଛନ୍ତି ଯେ ଏହା ଦେଶର ସବୁଠାରୁ ଓଜନଦାର ତଥା ବଡ ଛେଳି ।