Odia News Portal

ବଗପାଟିଆ ଆଦର୍ଶ କଲୋନି ପାଇଁ ୨୨ କୋଟି ମଂଜୁର

କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଂଚଳର ସମୁଦ୍ର ଊପକୁଳ ବର୍ତ୍ତୀତ୍ତ ସାତଭାୟା ଅଞ୍ଚଳ ସମୁଦ୍ର ଜୁଆରରେ ନିଶ୍ଚନ୍ନ ହୋଇଯାଇଥିବା ବେଳେ ବଗପାଟିଆ ଠାରେ ସେହି ଗ୍ରାମବାସୀ ମାନଙ୍କୁ ଥଇଥାନ କରାଯାଇଛି । ଏହି ବିପନ୍ନ ଲୋକମାନଙ୍କ ପାଇଁ ରାଜ୍ୟ ସରକାର ବଗପାଟିଆ ଠାରେ ଏକ ଆଦର୍ଶ କଲୋନି କରିବାକୁ ନିଷ୍ପତ୍ତି କରିଛନ୍ତି । ୫ଟି ସଚିବ ଭିକେ ପାଣ୍ଡିଆନ ୨ ଦିନିଆ କେନ୍ଦ୍ରାପଡା ଗସ୍ତ ସମୟରେ ଏହି ଅଂଚଳ ବୁଲି ଲୋକ ମାନଙ୍କର ସମସ୍ୟା ବୁଝିଥିଲେ । ସେଠାରେ ବସବାସ କରୁଥିବା ଲୋକ ମାନଙ୍କ ପାଇଁ ଏକ ଆଦର୍ଶ କଲୋନି କରାଯିବ ବୋଲି ସେ ଲୋକମାନଙ୍କୁ ପ୍ରତିଶୃତି ଦେଇଥିଲେ । ଭିକେ ପାଣ୍ଡିଆନ କେନ୍ଦ୍ରାପଡା ରୁ ଫେରି ଲୋକଙ୍କ ସମସ୍ୟା ବିଷୟରେ ଅବଗତ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ଆଦର୍ଶ କଲୋନି ପାଇଁ ୨୨ କୋଟି ଟଙ୍କା ମଂଜୁର କରିଛନ୍ତି । ଏହି କଲୋନି କାର୍ଯ୍ୟ ତ୍ୱରାନ୍ୱିତ ଭିତ୍ତିରେ ବା ନିର୍ଦିଷ୍ଟ ସମୟ ସୀମା ଭିତରେ ଶେଷ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଲୋକମାନେ ଚାହିଁବେ ଚାଷ ପାଇଁ ସେମନଙ୍କୁ ଆବଶ୍ୟକ ଜମି ଯୋଗାଇ ଦିଆଯବ ବୋଲି ସରକର ଘୋଷଣା କରିଛନ୍ତି ।