Odia News Portal

ଭୁବନେଶ୍ୱରରେ ଖୋଲିଲା ୩ ନୂଆ ଅଗ୍ନିଶମ କେନ୍ଦ୍ର

କ୍ରମବର୍ଦ୍ଧିଷ୍ଣୁ ଭୁବନେଶ୍ୱର ସହର ଓ ଏହାର ଜନସଂଖ୍ୟ କୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଆଜି ୩ଟି ନୂଆ ଅଗ୍ନିଶମ କେନ୍ଦ୍ର ଉଦଘାଟିତ ହୋଇଛି । ଅଗ୍ନିଶମ ବିଭାଗ ଡିଜି ସନ୍ତୋଷ ଉପାଦ୍ଧାୟ ଆଜି ସରକାରୀ ଚାକିରିରୁ ଅବସର ନେଉଥିବା ବେଳେ ଏହି ୩ଟି ଅଗ୍ନିଶମ ସେବା କେନ୍ଦ୍ର ଉଦଘାଟନ କରାଇଛନ୍ତି । ଏହି ୩ଟ ଅଗ୍ନିଶମ ସେବା କେନ୍ଦ, ତମାଣ୍ଡୋ ମଞ୍ଚେଶ୍ବର ଓ ପାହାଳରେ ଉଦଘାଟନ ହୋଇଛି । ପ୍ରତ୍ୟେକ କେନ୍ଦ୍ରରେ ୧୫ ଜଣ ଲେଖାଏ କର୍ମଚାରୀ ରହିବେ । ଏଥିରେ ଜଣେ ଷ୍ଟେସନ ଅଫିସର, ଦୁଇ ଜଣ ଲିଡିଂ ଫାୟାରମ୍ୟାନ, ଜଣେ ଡ୍ରାଇଭର-ହାବିଲଦାର, ଜଣେ ଫାୟାରମ୍ୟାନ ଡ୍ରାଇଭର ଓ ୧୦ ଜଣ ଫାୟାରମ୍ୟାନ ରହିବେ ।