ମାଓବାଦୀ ଓ ଯବାନ ମଧ୍ୟରେ ଗୁଳି ବିନିମୟ ରେ ୩ ମାଓବାଦୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ ଡିଏସପି ଆହାତ ହୋଇ ବଲାଙ୍ଗୀର ମେଡିକାଲ କୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି। କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ଥାନା ଅନ୍ତର୍ଗତ ଟାପରାଙ୍ଗ ଜଙ୍ଗଲରେ ଆଜି ଭୋର୍ ସମୟରେ ପୋଲିସ ଓ ଯବାନମାନେ କୁମ୍ବିଂ ଅପରେସନ କରୁଥିବା ବେଳେ ମାଓବାଦୀ ସହିତ ମୁହାଁମୁହିଁ ହୋଇଥିଲେ। ଫଳରେ ଉଭୟ ଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଯବାନ ଙ୍କ ଗୁଳି ରେ ଘଟଣାସ୍ଥଳରେ ୩ମାଓବାଦୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ମାଓବାଦୀ ଙ୍କ ଗୁଳି ରେ ପୋଲିସ ଡିଏସପି ଏ ଦାସ ଆହାତ ହୋଇ ପ୍ରଥମେ ଏମ୍ ରାମପୁର ମେଡିକାଲ ରେ ଚିକିତ୍ସା କରିବା ପରେ ସ୍ଵାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବା ରୁ ତାଙ୍କୁ ବଲାଙ୍ଗୀର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି।ଅନ୍ୟ ପଟେ ଏମ୍ ରାମପୁର ମେଡିକାଲ ରେ ଅନ୍ୟ ଜଣେ ଆହାତ ମାଓବାଦୀ କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ସେମାନଙ୍କ ଠାରୁ ଏକେ ୪୭ରାଇଫଲ ଜବତ ହୋଇଥିବା ସୂଚନା ମିଳିଛି।ବର୍ଣ୍ଣମାନ ଟାପରାଙ୍ଗ ଜଙ୍ଗଲରେ ସିଆରପିଏଫ,ଡିଭିଏଫ ଓ ଏସ ଓଜି ଯବାନ ପକ୍ଷରୁ ସର୍ଚ୍ଚ ଅପରେସନକୁ କୁ ଜୋରଦାର କରାଯାଇଛି।