ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା କରକଚିଆ ଗ୍ରାମକୁ ଗୁରୁବାର ସକାଳେ ଏକ ଭାଲୁ ଚାଲି ଆସିଥିବା ଦେଖି ଗ୍ରାମବାସୀ ଆତଙ୍କିତ ହୋଇପଡିଥିଲେ। ଭାଲୁ ଆକ୍ରମଣରେ ଦୁଇ ଜଣ ଯୁବକ କ୍ଷତାକ୍ତ ହୋଇଥିବା ବେଳେ ସେମାନଙ୍କୁ ଉଦଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତ ୨ ଜଣ ହେଲେ ଚିତ୍ତରଞ୍ଜନ ନାଏକ,ରତ୍ନାକର ନାଏକ । ସେମାନେ ଏବେ ବିପଦ ମୁକ୍ତ ଥିବା ଜଣାପଡିଛି। ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଭାଲୁକୁ କାବୁ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।