ରାଉରକେଲାରୁ ବେଦବ୍ୟାସ ଯାଉଥିବା ମୋ ବସ୍ ଟିସିଆଇ ଛକ ନିକଟରେ ଜଳି ଯାଇଛି। ତେବେ ବସରେ ବସିଥିବା ଯାତ୍ରୀମାନେ କୌଣସି ପ୍ରକାରର ଅଘଟଣରୁ ବର୍ତ୍ତି ଯାଇଛନ୍ତି।
ସଟ ସର୍କିଟ ଅବା କେଉଁ କାରଣରୁ ନିଆଁ ଲାଗିଲା ସ୍ପଷ୍ଟ ହୋଇ ନାହିଁ । ଦମକଳ ଗାଡ଼ି ପହଞ୍ଚି ନିଆଁକୁ କାବୁ କରିଛି। ଦମକଳ ଗାଡ଼ି ପହଞ୍ଚିବା ପୂର୍ବରୁ ବସଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ଜଣାପଡ଼ିଛି। ବ୍ରାହ୍ମଣୀ ତରଙ୍ଗ ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।