Odia News Portal

ଗରିବଙ୍କୁ ଘର ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଉଚିତ ପଦକ୍ଷେପ ନେଇଛନ୍ତି: ସୁରେଶ ରାଉତରାୟ

ରାଜ୍ୟ ସରକାରଙ୍କ ‘ମୋ ଘର’ ଯୋଜନାକୁ ସ୍ବାଗତ କଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ୍ ରାଉତରାୟ।  ଗରିବଙ୍କୁ ଘର ଯୋଗାଇ ଦେବା ପାଇଁ ନବୀନ ପଟ୍ଟନାୟକ ଉଚିତ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ମୁଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଉଛି ବୋଲି ସୁର ରାଉତ କହିଛନ୍ତି।  ଆବାସ ଯୋଜନାରେ ଓଡ଼ିଶାର ଗରିବ ଲୋକଙ୍କୁ କେନ୍ଦ୍ର ଘର ଦେଲା ନାହିଁ । କେନ୍ଦ୍ର ସରକାର ଗରିବ ମାରଣା ନୀତି ଆପଣାଇଛନ୍ତି ।

ଓଡ଼ିଶା ପ୍ରତି କେନ୍ଦ୍ର ତାର ଅବହେଳା ଜାରୀ ରଖିଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଚିତ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ଆବାସ ଯୋଜନାରେ କୋଟି କୋଟି ଟଙ୍କା ରାଜ୍ୟର ପ୍ରାପ୍ୟ ଦେଉନାହିଁ। ନୂଆ ମୋ ଘର ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ଦିଅନ୍ତୁ ରାଜ୍ୟ ସରକାର। ଯାହା ଫଳରେ ଗରିବ ଲୋକାମନେ ଉପକୃତ ହେବେ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ୍ ରାଉତରାୟ କହିଛନ୍ତି।