ବିଦ୍ୟୁତ ଆଘାତ ରେ ଜନୈକ ଯୁବକ ର ହୋଇଛି ମୃତ୍ୟୁ । ଯୁବକ ଜଣକ ପୁରୀ କୋଲକାତା ଡ଼ଲଫିନ ବସ OD 05 BK 7165 ରେ ହେଲ୍ପର ଭାବେ କାର୍ଯ୍ୟରତ ଥିଲେ । ମୃତ୍ୟୁ କରିଥିବା ଯୁବକ ଜଣକ ହେଲେ କଟକ ଜିଲ୍ଲା ମାହାଙ୍ଗା ଓଳକଣା ର ମନୋଜ ରାଉତ (୩୨) । ସୂଚନାଯୋଗ୍ୟ କି ଆଜି ଅପରାହ୍ନ ସମୟରେ ମନୋଜ ବସ ଷ୍ଟାଣ୍ଡ ରେ ଡ଼ଲଫିନ ବସ ଉପରେ ଯାଇ ଲଗେଜେ ରଖିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ତଳକୁ ପଡ଼ିଯାଇଥିଲେ । ବସ ଷ୍ଟାଣ୍ଡ ରେ ଥିବା ଅନ୍ୟ ବସ କର୍ମଚାରୀ ମାନେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ମନୋଜ କୁ ନେଇ ଆସିଥିଲେ କିନ୍ତୁ ମନୋଜ କୁ ଡାକ୍ତର ମୃତ୍ ଘୋଷଣା କରିବା ସହ ଶବ ବ୍ୟବଛେଦ ପାଇଁ କହିଥିଲେ ।