ଅମିତ ଶାହଙ୍କ ଓଡିଶା ଗସ୍ତ ବାତିଲ ହୋଇଛି । ବାତ୍ୟା ‘ବିପରଯୋୟ’ ପାଇଁ ଗସ୍ତ ବାତିଲ କରିଛନ୍ତି ଅମିତ ଶାହ । ଆସନ୍ତା ଜୁନ ୧୭ରେ ଓଡିଶା ଆସିଥାନ୍ତେ କେନ୍ଦ୍ରମନ୍ତ୍ରୀ । କିନ୍ତୁ ଗସ୍ତର ଦୁଇ ଦିନ ପୂର୍ବରୁ ଏହାକୁ ବାତିଲ କରି ଦିଆଯାଇଛି । ଆରବ ସାଗରରେ ସୃଷ୍ଟ ବାତ୍ୟା ବିପରଯୋୟ ଶୁକ୍ରବାର ଲ୍ୟାଣ୍ଡଫଲ୍ କରିବାକୁ ଥିବାବେଳେ ଏହାର ସମୀକ୍ଷା କରୁଛନ୍ତି ଗୃହମନ୍ତ୍ରୀ । ତେଣୁ ଜୁନ ୧୭ ଗସ୍ତ ସମ୍ଭବପର ହେବ ନାହିଁ । ତେବେ ଶାହଙ୍କ ଓଡିଶା ଗସ୍ତ ପରବର୍ତ୍ତୀ ସମୟରେ ନିର୍ଦ୍ଧାରଣ କରାଯିବା ନେଇ ସୂଚନା ମିଳିଛି ।
ସୂଚନା ଯେ, ସମ୍ଭାବ୍ୟ ବାତ୍ୟା ବିପରଯୋୟକୁ ଦୃଷ୍ଟିରେ ରଖି ଗୁଜରାଟରେ ହାଇଲେଭଲ୍ ବୈଠକ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ । ସେଠାରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ସାଂସଦ, ବିଭାଗୀୟ ମନ୍ତ୍ରୀ ଓ ବିଧାୟକଙ୍କ ସହିତ ଆଲୋଚନା କରିବା ସହିତ ସମୀକ୍ଷା କରିଛନ୍ତି । ପ୍ରଭାବିତ ହେବାକୁ ଥିବା ୮ଟି ଜିଲ୍ଲା ଉପରେ ଅଧିକ ଫୋକସ୍ ଦେବାକୁ ଅଧିକାରୀଙ୍କ ସହିତ ଆଲେଚନା କରିଛନ୍ତି ।