Odia News Portal

ଭୁବନେଶ୍ୱରରେ ଏକ ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱରରେ ଏକ ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସହିଦନଗର ଅଞ୍ଚଳରେ ଥିବା ଭବାନୀ ମଲ୍ ନିକଟରେ ଥିବା ଏହି ବାର୍‌ରେ ଆଜି ଅପରାହ୍ଣରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି।ସର୍ଟ ସର୍କିଟରୁ ବାର୍‌ରେ ନିଆଁ ଲାଗିଥିବା ଜଣାପଡ଼ିଛି। 

ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି। ତେବେ ବାର୍‌ ଭିତରେ ୪ ଜଣ ଫସି ରହିଥିବା କୁହାଯାଉଛି। ତେବେ ଭିତରେ ପ୍ରବଳ ଧୂଆଁ ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।