Odia News Portal

ଆସନ୍ତା କାଲି ଖୋଲିବ ରାଜ୍ୟର ସବୁ ସ୍କୁଲ

ଶେଷ ହୋଇଛି ଖରାଛୁଟି। ଆସନ୍ତା କାଲି ଅର୍ଥାତ ବୁଧବାର ରାଜ୍ୟରେ ଖୋଲିବ ସବୁ ସ୍କୁଲ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଜୁନ ୧୯ରେ ଖୋଲିଥାନ୍ତା, କିନ୍ତୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ସ୍କୁଲକୁ ଆଉ ଦୁଇ ଦିନ ଛୁଟି ଘୋଷଣା କରାଯାଇଥିଲା। ଏବେ ୨୧ତାରିଖରେ ସ୍କୁଲ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

କିନ୍ତୁ କିଛି ଜିଲ୍ଲା ଗୁଡ଼ିକର ଜିଲ୍ଲାପାଳମାନେ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ନେବେ ନିଷ୍ପତି । ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସୋନପୁର, ବଲାଙ୍ଗୀରରେ ସ୍ଥିତି ଦେଖି ସକାଳୁଆ ସ୍କୁଲ କିମ୍ବା ଛୁଟି ଘୋଷଣା କରିପାରିବେ ଏହି ସବୁ ଜିଲ୍ଲାର ଜିଲ୍ଲାପାଳ । ଦରକାର ପଡିଲେ ସକାଳୁଆ ସ୍କୁଲ କରିବାକୁ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ,ନହେଲେ ସ୍କୁଲ ଛୁଟି ଘୋଷଣା କରିବେ। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ।