Odia News Portal

ହାତୀ ଆକ୍ରମଣରେ ୩ ଗୁରୁତର

କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ ପୁଣି ଆଜି ସକାଳୁ ହାତୀ ଆକ୍ରମଣରେ ୩ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳୁ ଶ୍ରମିକମାନେ ଗୋପିନାଥପୁର କେନ୍ଦୁପତ୍ର ଫଡିକୁ କାମ କରିବାକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ। କୁଣ୍ଢେଇହତା ଗ୍ରାମ ନିକଟରେ ସେମାନଙ୍କୁ ହାତୀ ଆକ୍ରମଣ କରିବା ଯୋଗୁଁ ୩ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସାଲାଗି ଆମ୍ବୁଲାନ୍ସ ଯୋଗେ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲାରେ ପ୍ରାୟ ପ୍ରତିଦିନ ହାତୀ ପାଇଁ ମଣିଷ ଜୀବନ ବଳି ପଡ଼ୁଛି। ଜିଲ୍ଲାରେ ହାତୀ ଉପଦ୍ରବ ଏବଂ ହାତୀ ମଣିଷ ଲଢେଇ ଦିନକୁ ଦିନ ବଢିବାରେ ଲାଗିଛି । ହାତୀ ଆକ୍ରମଣରେ ଧନଜୀବନ ହାନୀ ହେବା ଘଟଣା ସଂପ୍ରତି ଚିନ୍ତାର ବିଷୟ ପାଲଟିଛି ।