ପେନସନ ଯୋଜନାକୁ ନେଇ ରାଜନୀତି । କେନ୍ଦ୍ର ଉପରେ ବର୍ଷିଲା ବିଜେଡି । କହିଲା ରାଜ୍ୟ ଓ କେନ୍ଦ୍ର ଭତ୍ତା ମାଧ୍ୟମରେ କିଛି ବର୍ଗର ଲୋକଙ୍କୁ ସହାୟତା ଦେଉଛନ୍ତି । ୨୦୦୮ରେ ରାଜ୍ୟ ସରକାର ମଧୁବାବୁ ପେନସନ ଯୋଜନା ଆରମ୍ଭ କରିଥିଲେ । ଏଥରେ ୨୮ ଲକ୍ଷ ହିତାଧିକାରୀ ଅଛନ୍ତି । ଯେଉଁମାନେ ପଞ୍ଚାୟତ ଅଫିସରୁ ଭତ୍ତା ପାଆନ୍ତି, ହେଲେ ଦୁଃଖ କଥା ଜାତୀୟ ପେନସନ ଯୋଜନାରେ ଥିବା ୨୦ ଲକ୍ଷ ଲୋକ ଟଙ୍କା ଓ ଅର୍ଥ ଖର୍ଚ୍ଚ କରି ସହରର ବ୍ୟାଙ୍କ ଯାଆନ୍ତି । ହେଲେ ଭତ୍ତା ନ ପାଇ ଫେରିବା ମାନସିକ ଆଘାତ ଦିଏ ।