Odia News Portal

ଟ୍ରେନ୍‌ରେ କଟିଲା ଯୁବକଙ୍କ ଦୁଇଗୋଡ଼, ହାତ

କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ରାମଚନ୍ଦ୍ରପୁରସ୍ଥିତ ରେଳ ଧାରଣାରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରେଳ ଧାରଣା ପାର ହେଉଥିବା ବେଳେ ଟ୍ରେନ୍‌ରେ କଟି ଜଣେ ଯୁବକଙ୍କ ୨ ଗୋଡ଼ ଓ ଗୋଟିଏ ହାତ କଟିଯାଇଥିବା ଜଣାପଡ଼ିଛି।

ସୂଚନାନୁସାରେ, ବୁଧବାର ରାତିରେ ରାମଚନ୍ଦ୍ରପୁରର ସୁଦାମ ଭୋଇ ଗାଁ ନିକଟସ୍ଥ ରେଳ ଧାରଣା ପାର ହୋଇଯାଉଥିବା ବେଳେ ଏହି ସମୟରେ ପୁରୀରୁ ଜୁନାଗଡ଼ ଫେରୁଥିବା ଶ୍ରୀକ୍ଷେତ୍ର ରଥଯାତ୍ରା ସ୍ପେଶାଲ ଟ୍ରେନ୍‌ ଅଚାନକ ଚାଲି ଆସିଥିଲା। ସୌଭାଗ୍ୟ ବଶତଃ ତାଙ୍କ ଜୀବନ ଅଳ୍ପକେ ବଞ୍ଚି ଯାଇଥିବା ବେଳେ ଦୁଇ ଗୋଡ଼ ଏବଂ ଗୋଟେ ହାତ କଟିଯିବାରୁ ଗୁରୁତର ହୋଇଛନ୍ତି। ତାଙ୍କୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରି ଭବାନୀପାଟଣା ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି।