Odia News Portal

ଭଦ୍ରକ ଜିଲ୍ଲାର ପୂର୍ବତନ ସମାଜ ମଙ୍ଗଳ ଅଧିକାରୀ ଗିରଫ

ଭଦ୍ରକ ଜିଲ୍ଲାର ପୂର୍ବତନ ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କୁ ଗିରଫ କରାଯାଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଜୟନ୍ତୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ଭିଜିଲାନ୍ସ ଚଢ଼ାଉ ପରେ ଜୟନ୍ତୀଙ୍କ ୧୪୫ ପ୍ରତିଶତରୁ ଅଧିକ ଆୟ ବହିର୍ଭୂତ ସଂପତ୍ତି ଥିବା ଜଣାପଡିଥିଲା । ଗତକାଲି ଭୁବନେଶ୍ବର, ବାଲେଶ୍ଵର ଓ ଭଦ୍ରକର ୧୧ଟି ସ୍ଥାନରେ ଚଢାଉ କରି ଜୟନ୍ତୀ ବେହେରାଙ୍କ ଅମାପ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ । ୩ଟି ବଡ଼ କୋଠା, ୨ଟି ଫ୍ଲାଟ, ୮ଟି ପ୍ଲଟ, ଗାଡ଼ି, ଗହଣା ଆଦି ଚଢ଼ାଉ ବେଳେ ଠାବ ହୋଇଥିଲା । ୧ କୋଟି ୬୧ ଲକ୍ଷର ଜମା, ଗୋଟିଏ କାର୍ ମଧ୍ୟ ଠାବ ହୋଇଥିଲା ।