Odia News Portal

ଆସିଲା ଆଜ୍ଞାମାଳ, ଦକ୍ଷିଣ ମୋଡ ନେବେ ତିନି ରଥ

ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା। ବାହୁଡାଯାତ୍ରା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି। ପ୍ରଥା ଓ ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ପରଦିନ ଅର୍ଥାତ ଆଜି ତିନି ରଥର ଦକ୍ଷିଣମୋଡ କରାଯାଇଛି। ଏଥିପାଇଁ ମହାପ୍ରଭୁଙ୍କର ଆଜ୍ଞାମାଳ ଆସିଛି । ରଥ ଦକ୍ଷିଣ ମୋଡ ହେବାକୁ ସମସ୍ତଙ୍କ ନୀତି ଶେଷ ହେବା ପରେ ରଥ ଦକ୍ଷିଣ ମୋଡ ହୋଇ ନାକଚଣା ଦ୍ୱାର ନିକଟକୁ ଯିବ । ରଥ ଦକ୍ଷିଣମୋଡରେ ଶ୍ରୀଗୁଣ୍ଡିଚା ଘର ସିଂହଦ୍ୱାର ସମ୍ମୁଖରୁ ଟଣା ହୋଇ ନାକଚଣା ଦ୍ୱାରକୁ ଆସିବ । ପ୍ରଥମେ ଦେବଦଳନ ରଥ, ପରେ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥ ଟଣାଯିବାର ରହିଛି ପରମ୍ପରା । ରାସ୍ତାର ଦୁଇ ପାର୍ଶ୍‌ରେ ଦକ୍ଷିଣମୋଡ ପାଇଁ ଅସ୍ଥାୟୀ ବାଲି ବସ୍ତା ବିଛାଯାଇଥିଲା। ବିଜେ କାହାଳୀ ବାଜିବା ପରେ ଆରକ୍ଷୀ ବାହିନୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ,ପରେ ବଳଭଦ୍ରଙ୍କ ରଥ ଦକ୍ଷିଣମୋଡ଼ ହୋଇଥିଲା ।

ଗତବର୍ଷ କେବଳ ସେବାୟତ ମାନେ ଦକ୍ଷିଣମୋଡ କରିଥିବା ବେଳେ ଚଳିତବର୍ଷ ଆରକ୍ଷୀ ବାହିନୀ ମହାପ୍ରଭୁଙ୍କ ତିନିରଥକୁ ଦକ୍ଷିଣମୋଡ କରିଛନ୍ତି। ଏହା ବାହୁଡା ଯାତ୍ରାର ଅୟମାରମ୍ଭ।ସେପଟେ ବାହୁଡା ଯାତ୍ରା ପାଇଁ ବ୍ଯାପକ ପ୍ରସ୍ତୁତି କରାଯାଇଛି। ତେବେ ଆସନ୍ତା ୨୮ ତାରିଖ ରେ ଆଡ଼ପ ମଣ୍ଡପରେ ସନ୍ଧ୍ୟ୍ରା ଦର୍ଶନ ଅବସରରେ ଭକ୍ତ ଶ୍ରଦ୍ଧାଳୁ କେବଳ ଅପରାହ୍ନ ୫ ଟା ଯାଏଁ ହିଁ ଦର୍ଶନ କରିପାରିବେ। ୨୮ ତାରିଖ ବାହୁଡା଼ ପାଇଁ ଶୀଘ୍ର ସମସ୍ଥ ନୀତିକାନ୍ତି କରାଯିବ। ରଥ ଯାତ୍ରା ପରି ବାହୁଡା଼ ଯାତ୍ରାରେ ସଅଳ ନୀତିକାନ୍ତି କିଭଳି କରାଯିବ ସେନେଇ ଜିଲ୍ଲପାଳଙ୍କ ସହ ଦଇତାପତି ନିଯୋଗ ର ଆଲୋଚନା ହୋଇଛି । ୨୯ ତାରିଖ ସୁନାବେଶରେ ନୀତି ର୍ନିଘଣ୍ଟ ଚୂଡାନ୍ତ ହୋଇଥିବା ବେଳେ ଯଥେଷ୍ଟ ପୂର୍ବରୁ ମହାପ୍ରଭୁଙ୍କ ସୁନାବେଶ କରିବା ନେଇ ଆଲୋଚନା ହୋଇଛି ।