ପୁଣି ବଦଳିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳ। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଆସନ୍ତା ଜୁଲାଇ ୩ ତାରିଖ ସୋମବାର ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରୀ ପରିଷଦ ବୈଠକର ଅଧ୍ୟକ୍ଷତା କରିବେ। ଏହାପୂର୍ବରୁ କ୍ୟାବିନେଟ ସଂପ୍ରସାରଣର ଖବର ସାମ୍ନାକୁ ଆସିଛି।
ଜୁଲାଇ ୩ରେ ନୂଆ କରି ପ୍ରଗତି ମୈଦାନରେ ତିଆରି ହୋଇଥିବା କନଭେସନ କେନ୍ଦ୍ରରେ ମନ୍ତ୍ରୀ ପରିଷଦ ବୈଠକ ବସିବ। ଏଠାରେ ଆସନ୍ତା ସେପ୍ଟେମ୍ବରରେ ଜି-୨୦ ସମ୍ମିଳନୀ ମଧ୍ୟ ଆୟୋଜନ ହେବ। ବୁଧବାର ପ୍ରଧାନମନ୍ତ୍ରୀ ମୋଦି ବିଳମ୍ବିତ ରାତିରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ବିଜେପିର ବରିଷ୍ଠ ନେତାମାନଙ୍କ ସହ ବୈଠକ କରିଥିଲେ।
ଏହି ବୈଠକରେ ନଡ୍ଡାଙ୍କ ଯୋଗଦାନ ପରେ କ୍ୟାବିନେଟ ସହ ବିଜେପି ସାଂଗଠନିକ ସ୍ତରରେ ଅଦଳବଦଳ ଚର୍ଚ୍ଚା ଆରମ୍ଭ ହୋଇଛି। ୨୦୨୪ ସାଧାରଣ ନିର୍ବାଚନ ଓ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଏକାଧିକ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଅଦଳବଦଳ ନିଷ୍ପତ୍ତି ନେଇଥିବା କୁହାଯାଉଛି।
Sign in
Sign in
Recover your password.
A password will be e-mailed to you.
