ଗତକାଲି ବିଳମ୍ବିତରେ ନବରଙ୍ଗପୁର ଜିଲ୍ଲା ଉମରକୋଟ-ଝରିଗାଁ ମୁଖ୍ୟ ରାସ୍ତାର ବାସନି ଛକ ନିକଟରେ ଗଛରେ ପିଟିହେଲା କାର୍। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ରାଇଘର ଥାନା ଅନ୍ତର୍ଗତ ଛତାବେଡା ଗ୍ରାମର ଗାଡ଼ି ଚାଳକ ସୁରେଶ ମଣ୍ଡଳ, ସୋନପୁର ଗ୍ରାମର ଗୌରାଙ୍ଗ ରାୟ ଓ ଉମରକୋଟ ଥାନା ଅନ୍ତର୍ଗତ ଅଞ୍ଚଳ ଗ୍ରାମର ସତ୍ୟରଞ୍ଜନ ବେପାରୀ। ଗୁରୁତର ଆହତ ଥିବା ମହିଳା ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଗତକାଲି ବିଳମ୍ବିତ ରାତିରେ କାର୍ରେ ଜଣେ ମହିଳା ସମେତ ୪ ଜଣ ଛତିଶଗଡ଼ର ଜଗଦଲପୁରରୁ ଫେରୁଥିଲେ। ସେମାନେ ମେଡିକାଲ କାମରେ ଜଗଦଲପୁର ଯାଇଥିବା ଜଣାପଡ଼ିଛି। ରାତିରେ ଘରକୁ ଫେରିବା ବେଳେ ବାଟରେ ରାସ୍ତାକଡ଼ରେ ଥିବା ଗଛରେ କାର୍ଟି ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲା।ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ। ଆହତ ମହିଳାଙ୍କୁ ପୁଲିସ ଜିଲ୍ଲା ମୁଖ୍ୟାଳୟରେ ଭର୍ତ୍ତି କରିଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଦୁର୍ଘଟଣାଗସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।