Odia News Portal

ବାଇକକୁ ପିଟିଲା ବାଇକ୍: ୧ ମୃତ, ୨ ଗୁରୁତର

ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମାଣିକପୁର ଛକରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ପ୍ରତାପ ଗ୍ରାମର କାହ୍ନୁ ଚରଣ ସ୍ବାଇଁଙ୍କ ଓ ଗୁରୁତର ହେଲେ ସେହି ଗ୍ରାମର ଶିବୁନ ବେହେରା ଓ ନିବାସି ବାରିକ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଅଧିକ ଚିକିତ୍ସାପାଇଁ ଭୁବେଶ୍ବର ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।