Odia News Portal

ଜେଲ୍ ଗଲେ କୁବେର ପ୍ରଶାନ୍ତ ରାଉତ

ଜେଲ୍ ଗଲେ ପୂର୍ବତନ ନବରଙ୍ଗପୁର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ କୁବରେ ପ୍ରଶାନ୍ତ ରାଉତ । ସୁନ୍ଦରଗଡ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ପରେ ଜେଲ୍ ଗଲେ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ୫ ଦିନିଆ ରିମାଣ୍ଡ ସରିବା ପରେ ଆଜି କୋର୍ଟରେ ହାଜର ହୋଇଥିଲେ । ରିମାଣ୍ଡ ବେଳେ ପ୍ରଶାନ୍ତଙ୍କ ଆହୁରି ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ।

୨ଟି ବେନାମୀ ପ୍ଲଟ ସମେତ ଭଦ୍ରକ ଓ ଭୁବନେଶ୍ୱରରୁ ୩ ଟି ପ୍ଲଟ୍ ଠାବ ହୋଇଥିବା ସୂଚନା ରହିଛି । ୬ଟି ବେନାମୀ ଆକାଉଣ୍ଟରେ ୧ କୋଟି ୨୦ ଲକ୍ଷ ଟଙ୍କା ଡିପୋଜିଟ୍ ହୋଇଥିବା ଖବର ସାମ୍ନାକୁ ଆସିଛି । ପୂର୍ବରୁ ୫ କୋଟି ୨୧ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ମିଳିଥିଲା । ଯାହା ନିଜସ୍ୱ ଆୟ ତୁଳନାରେ ୫୦୬ % ଅଧିକ ଥିଲା ।