ଦୁଇଟି ଘରୋଇ ବସ୍ ମୁହାଁମୁହିଁ ଧକ୍କା । ଡ୍ରାଇଭର ସମେତ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ବାଲେଶ୍ୱର ଜିଲ୍ଲା ମୁଖ୍ୟ ମେଡିକାଲରେ ଭର୍ତ୍ତି କରାଯାଇଛି ।
ବୁଧବାର ସକାଳ ସମୟରେ ବାଲେଶ୍ୱର ତାମୁଳିଆ ଓଭରବ୍ରିଜ୍ ନିକଟରେ ଦୁଇଟି ଘରୋଇ ବସ୍ ମୁହାଁମୁହିଁ ଧକ୍କା ହୋଇଛି ।ଯାହାଫଳରେ ଉଭୟ ଗାଡିରେ ଉପସ୍ଥିତ ଥିବା ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ତୁରନ୍ତ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।