Odia News Portal

ଖୋର୍ଦ୍ଧା ବାଘମରିରୁ କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ

 ଖୋର୍ଦ୍ଧା ବାଘମରି ଅଞ୍ଚଳରୁ କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି। ଜଣେ ବ୍ରାଉନସୁଗାର ଡିଲରକୁ ଗିରଫ କରାଯାଇଛି। ତାଙ୍କଠାରୁ ୧୧୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ ।

ଗିରଫ ବ୍ରାଉନସୁଗର ଡିଲରଙ୍କ ନାଁ ସୁରେଶ ମହାପାତ୍ର। ତାଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ। ସେ ଖୋର୍ଦ୍ଧାର ବାଘମରି ଅଞ୍ଚଳରେ ବ୍ରାଉନସୁଗାର ବିକ୍ରି ନେଇ ଡିଲ୍ କରିବାକୁ ଆସିଥିବା ବେଳେ ଏସ୍‌ଟିଏଫ ହାତରେ ଧରାପଡ଼ିଥିଲେ। ଗିରଫ ଡିଲରଙ୍କ ମୁର୍ଶିଦାବାଦ ଲିଙ୍କ୍ ରହିଥିବା ଜଣାପଡିଛି ।