ନବ ଦାସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହାଜର କରିଛି ପୋଲିସ । ତେଣୁ ଗତକାଲି କଡ଼ା ସୁରକ୍ଷାବଳୟରେ ଗୋପାଳ ଦାସକୁ କଟକରୁ ଝାରସୁଗୁଡ଼ା ନେଇଛି ପୋଲିସ । ଜାନୁଆରୀ ୨୯ରେ ବ୍ରଜରାଜନଗରରେ ନବ ଦାସଙ୍କୁ ଗୁଳି ମାଡ଼ କରିଥିଲା ପୁଲିସ ଏଏସଆଇ ଗୋପାଳ ଦାସ । ଘଟଣାସ୍ଥଳରେ ହିଁ ଅଭିଯୁକ୍ତକୁ କାବୁ କରିଥିଲା ପୁଲିସ । ସେହିଦିନ ହିଁ ତଦନ୍ତ ଭାର ହାତକୁ ନେଇଥିଲା କ୍ରାଇମବ୍ରାଞ୍ଚ ।
ଗୁଜରାଟରେ ପଲିଗ୍ରାଫ ଟେଷ୍ଟ ଓ ନାର୍କୋ ଟେଷ୍ଟ କରାଯିବା ସହ ଅଭିଯୁକ୍ତକୁ ତୁହାକୁ ତୁହା ରିମାଣ୍ଡରେ ନେଇ ପଚରାଉଚରା କରିଛି ତଦନ୍ତକାରୀ ଟିମ୍ । ଏହାରି ଭିତରେ ଘଟଣାକୁ ୫ ମାସ ବିତିଯାଇଥିଲେ ଗୋପାଳ କାହିଁକି ନବ ଦାସଙ୍କୁ ଗୁଳି କଲା, ଏ ନେଇ ମୁହଁ ଖୋଲିନ କ୍ରାଇମବ୍ରାଞ୍ଚ ।