Odia News Portal

ବ୍ରିଜ ତଳକୁ ଖସିପଡ଼ିଲା ପିକ୍ଅପ୍ ଭ୍ୟାନ୍

ପାଟଣାଗଡ଼-ବେଲପଡ଼ା ରାସ୍ତାର କପାଣି ଗାଁ ନିକଟରେ ଥିବା ବ୍ରିଜରେ ଏକ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଏଥିରେ ବସିଥିବା ୭ ଜଣ ମହିଳା ଓ ପୁରୁଷ ଆହତ ହୋଇଛନ୍ତି। ପାଟଣାଗଡ଼ ଡାକ୍ତରଖାନାରେ ସେମାନଙ୍କୁ ଭର୍ତ୍ତି କରାଯାଇଛି।
ଆହତମାନେ ବେଲପଡ଼ା ବ୍ଲକ ବୁଦାମୁଣ୍ଡା ଗାଁର। ଆଜି ଭୋରରେ ମୋଟ ୧୩ ଜଣ ମହିଳା ଓ ପୁରୁଷ ଖୁଣ୍ଟଣାପାଣି ଗାଁରେ ତେଲ ପେଡ଼ାଇ ଏହି ପିକ୍ଅପ୍ ଭ୍ୟାନ୍ରେ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।
ଡ୍ରାଇଭରର ଆଖି ଲାଗି ଯିବାରୁ ପିକ୍ଅପ୍ ଭ୍ୟାନ୍ଟି କପାଣି ଗାଁ ନିକଟରେ ବ୍ରିଜ୍ ତଳକୁ ଖସି ଯାଇଥିଲା ବୋଲି କୁହାଯାଉଛି। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରିଥିଲେ ଓ ଆହତମାନଙ୍କୁ ଡାକ୍ତରଖାନା ପଠାଇବା ପାଇଁ ବ୍ୟବସ୍ଥା କରିଥିଲେ।