Odia News Portal

ପୁଣି ବାଲେଶ୍ୱରରେ ଅଘଟଣ: ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମେମୁ ଟ୍ରେନ୍‌

ଅଳ୍ପକେ ବର୍ତ୍ତିଲା ମେମୁ ଟ୍ରେନ୍‌। ବାଲେଶ୍ୱର ଜିଲ୍ଲା ନୀଳଗିରି ରୋଡ୍‌ ଷ୍ଟେସନ ପାଖରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମେମୁ ଟ୍ରେନ୍‌। ଆଜି ଭଦ୍ରକରୁ ବାଲେଶ୍ୱର ଆସୁଥିବା ବେଳେ ଟ୍ରେନ୍‌ଟି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଦୁର୍ଘଟଣା ଟଳି ଯାଇଛି। ସୂଚନାଥାଉ କି, ଗତ ଜୁନ୍‌ରେ ବାଲେଶ୍ୱର ଜିଲ୍ଲା ବାହାନଗାରେ ଟ୍ରେନ୍‌ ଦୁର୍ଘଟଣା ଘଟିବା ପୂର୍ବରୁ ସିଗ୍ନାଲରେ ବାରମ୍ବାର ଅସ୍ୱାଭାବିକ ବ୍ୟବହାର ଦେଖିବାକୁ ମିଳିଥିଲା। ଯେଉଁ କ୍ରସ୍‌ ଓଭର ପଏଣ୍ଟରେ କରମଣ୍ଡଳ ଏକ୍ସପ୍ରେସ୍‌ ଭୁଲ୍‌ବଶତଃ ଲୁପ୍‌ଲାଇନକୁ ଆସି ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା, ଷ୍ଟେସନ ମାଷ୍ଟର ଚାହିଁଥିଲେ ତାହାକୁ ଏଡ଼ାଇ ପାରିଥାନ୍ତେ ବୋଲି କୁହାଯାଉଥିଲା। ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଏଯାଏ ମୋଟ୍‌ ୨୯୩ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ୨୮୮ ଏବଂ ହସ୍ପିଟାଲରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା।