Odia News Portal

ପ୍ରକାଶ ପାଇଲା ସ୍ୱତନ୍ତ୍ର ଓଜେଇଇ ରେଜଲ୍ଟ

ପ୍ରକାଶ ପାଇଛି ସ୍ୱତନ୍ତ୍ର ଓଜେଇଇ ଫଳ । ସନ୍ଧ୍ୟା ୫ଟାରେ ପ୍ରକାଶ ପାଇଛି ରେଜଲ୍ଟ । ବିଟେକରେ ୮,୬୫୫ଙ୍କୁ ରାଙ୍କ କାର୍ଡ ମିଳିଥିବା ବେଳେ ଲାଟେରାଲ ଏଣ୍ଟ୍ରି ଟେକନିକାଲ ଡିପ୍ଲୋମାରେ ୪,୫୬୮ଙ୍କୁ ରାଙ୍କ କାର୍ଡ ମିଳିଛି। ସେହିପରି ବିଫାର୍ମା ୨୪୪୨ଙ୍କୁ ରାଙ୍କ କାର୍ଡ, ଏମବିଏ ୪୨୮୭ ଓ ଏମ୍ସିଏ ୧୭୪୩ଙ୍କୁ ରାଙ୍କ କାର୍ଡ ମିଳିଛି। ojee.nic.in ଓ odishajee.comରେ ଉପଲବ୍ଧ ହୋଇଛି ଓଜେଇଇ ରେଜଲ୍ଟ । ଛାତ୍ରଛାତ୍ରୀମାନେ http://ojee.nic.in/odishajee.com ରୁ ସେମାନଙ୍କ ଆପ୍ଲିକେସନ୍ ନମ୍ବର ଓ ଜନ୍ମ ତାରିଖ ଦେଇ ରେଜଲ୍ଟ ଜାଣିପାରିବେ ।
ସୂଚନାଯୋଗ୍ୟ ଯେ, ଜୁନ ୨୬ରୁ ୨୯ ତାରିଖ ଯାଏଁ ଦ୍ୱିତୀୟ ବା ସ୍ୱତନ୍ତ୍ର ଓଜେଇଇ ହୋଇଥିଲା। ୪୭ଟି କେନ୍ଦ୍ରରେ ସିବିଟି ମୋଡ୍ ରେ ଚାରିଟି ସିଫ୍ଟରେ ହୋଇଥିଲା ସ୍ୱତନ୍ତ୍ର ଓଜେଇଇ । ଓଡ଼ିଶାର ସରକାରୀ ଓ ଘରୋଇ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ବି.ଫାର୍ମା, ଏମସିଏ, ଏମ୍.ଏସସି, ଏମ.ଟେକ୍, ଏମ୍. ଫାର୍ମା ଆଦିରେ ନାମଲେଖା ପାଇଁ ସ୍ୱତନ୍ତ୍ର ଓଜେଇଇ ହୋଇଥିଲା। ସ୍ୱତନ୍ତ୍ର ଓଜେଇଇରେ ୨୧ ହଜାର ୮୬୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।