Odia News Portal

ଅନାସ୍ଥା ପ୍ରସ୍ତାବ ଉପରେ ଅଗଷ୍ଟ ୮ରେ ହେବ ଆଲୋଚନା, ୧୦ରେ ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ

ସଂସଦର ଚଳିତ ମୌସୁମୀ ଅଧିବେଶନରେ ମଣିପୁର ହିଂସା ସହ ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ଦ୍ବାରା ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ତାରିଖ ସ୍ଥିର କରାଯାଇଛି। ଅଗଷ୍ଟ ୮ରୁ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ହେବ । ଅଗଷ୍ଟ ୧୦ରେ ପ୍ରଧାନମନ୍ତ୍ରୀ ବିତର୍କ ଉପରେ ନିଜ ଜବାବ ରଖିବେ।