Odia News Portal

ଆଜି ‘ସମ୍ବଲପୁରୀ ଦିନ୍’ ଉତ୍ସବମୁଖର ପଶ୍ଚିମ ଓଡିଶା

ପଶ୍ଚିମ ଓଡିଶାରେ ପାଳିତ ହେଉଛି ସମ୍ବଲପୁରୀ ଦିନ୍ । ଅଗଷ୍ଟ ୧ ତାରିଖରେ ପଳିତ ହୁଏ ଏହି ଦିନ । ସେଥି ପାଇଁ ଉତ୍ସବମୁଖର ସାରା ସହର । ଅଗଷ୍ଟ ୧ତାରିଖରେ କୋଶଳୀ ଭାଷା ସାହିତ୍ୟର ପୁରୋଧା ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ୍ ଭାବରେ ପାଳନ କରୁଛନ୍ତି ପଶ୍ଚିମ ଓଡ଼ିଶାବାସୀ। ତେଣୁ ତାଙ୍କ ସୃତି ଉଦେଶ୍ୟରେ ଏବଂ ସମ୍ବଲପୁରୀ ସଂସ୍କୃତିକୁ ତାଙ୍କ ଅବଦାନର ସମ୍ମାନ ସ୍ୱରୁପ ଜିଲ୍ଲା ପଶାସନ ଏଭଳି ପଦକ୍ଷେପ ନେଇଛି । ଆଚି ସମଗ୍ର ପଶ୍ଚିମ ଓଡ଼ିଶାରେ ଲୋକେ ସମ୍ବଲପୁରୀ ପୋଷାକ ପିନ୍ଧି ବିଭିନ୍ନ ସ୍ଥାନରେ ନାଚ ଗୀତର ଆସର ଜମଇେଥିବାର ଦେଖିବାକୁ ମିଳିଛି। ଆଜି ଦିନରେ ସମ୍ବଲପୁରୀ ଖାଇବା ସାଙ୍ଗକୁ ନୃତ୍ୟ ଗୀତରେ ବିଭୋର ହୁଅନ୍ତି ସାରା ପଶ୍ଚିମ ଓଡ଼ିଶାବାସୀ। ବିଭିନ୍ନ ସଂଗଠନ ଏହାକୁ ବିଭିନ୍ନ ଜିଲ୍ଲାରେ ପାଳନ କରିଆସୁଛନ୍ତି। ସମ୍ବଲପୁରୀ ଭାଷାର ସଂସ୍କୃତିର ପ୍ରଚାର ହିଁ ଏହାର ଏକମାତ୍ର ଲକ୍ଷ୍ୟ।