Odia News Portal

ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବନ୍ଦ ହେଲା ସ୍କୁଲ

ଚାରିଆଡ଼େ ଲାଗିରହିଛି ବର୍ଷା ବିତ୍ପାତ। ସବୁଠି ପ୍ରବଳ ବର୍ଷା ଯୋଗୁ ଲୋକେ ହଇରାଣ ହେଉଛନ୍ତି। କେଉଁଠି ଆପ୍ରୋଚ ରୋଡ ଭାସିଗଲାଣି ତ ଆଉ କେଉଁଠି ରାସ୍ତାରେ ୫/୬ ଫୁଟର ପାଣି। ପିଲାମାନେ ସ୍କୁଲ ଯିବାରେ ମଧ୍ୟ ନାନା ସମସ୍ୟା ଦେଖାଦେଇଛି। ସେଥିପାଇଁ ରାଜ୍ୟରେ ୧୪ ସ୍କୁଲ ବର୍ଷା ପାଇଁ ବନ୍ଦ ରହିଛି।
ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ବନ୍ଦ ହେଲା ସ୍କୁଲ। ଯାଜପୁର ଜିଲ୍ଲାର ଯାଜପୁର ବ୍ଲକ,କୋରେଇ ବ୍ଲକ ,ଦଶରଥପୁର ବ୍ଲକ ଓ ବିଂଝାରପୁର ବ୍ଲକର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କଲେ ଜିଲ୍ଲାପାଳ ଯାଜପୁର।

ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟର କିଛି ଜିଲ୍ଲାରେ ବନ୍ଦ ରହିଛି ସ୍କୁଲ ଓ କଲେଜ । ନୂଆପଡ଼ା, କେନ୍ଦୁଝର, ବଲାଙ୍ଗିର, ସୋନପୁର, କଳାହାଣ୍ଡି ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରହିଛି । ଏହାସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ରହିଛି । ଲଗାଣ ବର୍ଷା ଫଳରେ ଆଜି ନୂଆପଡ଼ା ଜିଲ୍ଲାର ସମସ୍ତ ସରକାରୀ ବେସରକାରୀ ସ୍କୁଲ, କଲେଜ ଓ ଅଙ୍ଗନୱାଡି କେନ୍ଦ୍ରକୁ ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ।