ଖୋଲିଲା ୟୁନିଟ-୨ ମାର୍କେଟ ବିଲ୍ଡିଂ । ହେଲେ ଖୋଲିଲାନି ଶୋ’ ରୁମ୍ । ମାର୍କେଟ ବିଲ୍ଡିଂର କେବଳ ରିଟେଲ୍ ଦୋକାନ ଗୁଡ଼ିକ ଖୋଲାଯାଇଛି । ମାତ୍ର ମାର୍କେଟ ବିଲ୍ଡିଂ ଭିତରେ ଥିବା ପ୍ରମୁଖ ଶୋ’ ରୁମ୍ ଗୁଡ଼ିକ ଖୋଲାଯାଇନାହିଁ ।
ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ସଂଘ ଆଲୋଚନା ଜାରି ରହିଛି । କ’ଣ ପାଇଁ ଶୋ’ ରୁମ୍ ବନ୍ଦ ରହିଛି ସେନେଇ ସଂଘ ସ୍ପଷ୍ଟ କରିନାହିଁ । ଏନେଇ ବିଏମ୍ସି ପକ୍ଷରୁ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଲିଖିତ ପ୍ରତିଶ୍ରୁତି ମିଳି ନଥିବା ସୂଚନା ମିଳିଛି ।