କଟକ ମହିଳା ଥାନାରେ ହାଜର ହେଲେ ବଲିଉଡ କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟ । ସୌରିନଙ୍କ ବିରୋଧରେ ଜଣେ ଯୁବତୀ ଠକେଇ ଓ ନିର୍ଯାତନା ଅଭିଯୋଗ ଆଣିଥିଲେ । ପୋଲିସ ଏହି ମାମଲାରେ ତଦନ୍ତ କରୁଛି । ଏମିତିକି ସୌରୀନଙ୍କ ପଶ୍ଚିମବଙ୍ଗ ଘରକୁ ଯାଇ ତଦନ୍ତ କରିଥିଲେ । କିନ୍ତୁ ସୌରିନଙ୍କର କୌଣସି ଦେଖାସାକ୍ଷାତ ମିଳିନଥିଲା । ପରେ ଗିରଫ ଭୟରେ ସୌରିନ ହାଇକୋର୍ଟରେ ଜାମିନ ପାଇଁ ଦ୍ୱାରସ୍ଥ ହୋଇଥିଲେ ।
କୋର୍ଟ ପୋଲିସ ନିକଟରେ ହାଜର ହୋଇ ତଦନ୍ତରେ ସହଯୋଗ କରିବାକୁ ସୌରିନଙ୍କୁ କହିଥିଲେ । ସୌରିନ୍ ଆଜି ଥାନାରେ ହାଜର ହେବା ପରେ କହିଛନ୍ତି, ସେ ଅଭିଯୋଗକାରୀ ଯୁବତୀଙ୍କୁ ଜାଣିନାହାନ୍ତି । ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଭିତିହୀନ । ସମୟ ଆସିଲେ ସତ ସାମ୍ନାକୁ ଆସିବ ବୋଲି ସୌରୀନ ଭଟ୍ଟ କହିଛନ୍ତି । ସେପଟେ ସୌରିନ୍ଙ୍କ ଡାକ୍ତରୀ ମାଇନା ହେବ ବୋଲି ସୂଚନା ମିଳିଛି ।