Odia News Portal

ପୁରୀ ର ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ ଅଭିଯୋଗ

ପୁରୀ ର ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ ଅଭିଯୋଗ। କଲେଜର ଡିନ ପ୍ରଥମବର୍ଷର ଛାତ୍ରଙ୍କ ଅଭିଯୋଗକୁ ଆଧାର କରି ଏକ ଅଭିଯୋଗ ପୁରୀ ପେଣ୍ଠକଟା ମେରାଇନଥାନାରେ ଦେଇଛନ୍ତି। ପୁରୀ ପେଣ୍ଠକଟା ମେରାଇନ ଥାନାରେ ଏତଲାକୁ ଆଧାର କରି କେଶ କରାଯାଇଛି ଓ ତଦନ୍ତ ଆରମ୍ଭ କରାଯାଇଛି। ଦ୍ବିତୀୟ ବର୍ଷର ଛାତ୍ର ମାନେ ପ୍ରଥମ ବର୍ଷର ଛାତ୍ରର ନିଶ ଦାଢୀକୁ କାଟିଦେଇଛନ୍ତି। ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ପ୍ରଥମବର୍ଷର ଛାତ୍ର କଲେଜର ଡିନଙ୍କୁ ଅଭିଯୋଗ ଦେବା ପରେ ଆଣ୍ଟି ରାଗିଂ କମିଟିରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା ଏବଂ ମେରାଇନ ଥାନାରେ ଅଭିଯୋଗ କରାଯାଇଛି। ମେରାଇନଥାନା ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି ବୋଲି ଏସ୍ ଡିପିଓଙ୍କ ସୂଚନା ଦେଇଛନ୍ତି ।ସେପଟେ ଏହି ରାଗିଂ ମେଡିକାଲ କଲେଜର ପ୍ରଥମ ଘଟଣା । ଆଣ୍ଟି ରାଗିଂ ସେଲର ନିୟମ ମୁତାବକ ପଦକ୍ଷେପ ନିଆଯିବ। ରାଗିଂ ଘଟଣାଟି ଗତ ୧୭ତାରିଖରେ ଘଟିଥିଲା ପରେ ଆଣ୍ଟି ରାଗିଂ କମିଟିରେ ପଡିବା ପରେ ଗତକାଲି ଏଫ ଆଇ ଆର କରାଯାଇ ପୋଲିସ ତଦନ୍ତ କରୁଛି। ତେବେ ମେଡିକାଲ୍ କଲେଜ ରେ ପୁଣି ରାଗିଂ ଘଟଣା ଏବେ ପୁଣି ଚର୍ଚ୍ଚାର ବିଷୟ ହୋଇଚି। ତେବେ ଏହି ଘଟଣା କୁ ନେଇ ଶ୍ରୀ ଜଗନ୍ନାଥ ମେଡିକାଲ୍ କଲେଜ ର ଡିନ କିନ୍ତୁ ଗଣମାଧ୍ୟମ କୁ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ତେବେ ଏହି ରାଗିଂ ଘଟଣାକୁ ନେଇ ଛାତ୍ର ଛାତ୍ରୀ ଙ୍କ ମଧ୍ଯ ରେ ଅସନ୍ତୋଷ ରହିଚି। ପୋଲିସ୍ ଘଟଣା ର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହୋଇଚି।