ହାଇକୋର୍ଟ ଆଇନସେବା କମିଟି ପକ୍ଷରୁ ଅନୁଷ୍ଠିତ ତୃତୀୟ ଜାତୀୟ ଲୋକ ଅଦାଲତରେ ୯୭ ମାମଲାର ଫଇସଲା ହୋଇଛି । ବେଳେ ୪୭୬୮୮୩୫୫ ଟଙ୍କାର କ୍ଷତିପୁରଣ ପ୍ରଦାନ ପାଇଁ ବିଭିନ୍ନ ବୀମା କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଛି । ହାଇକୋର୍ଟର ମୁଖ୍ୟ ବିଚାରପତି ଶୁଭାଶୀଷ ତାଳପାତ୍ରଙ୍କ ନିର୍ଦ୍ଦେଶରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ହାଇକୋର୍ଟର ବିଚାରପତି ଡ. ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ, ବିଚାରପତି ଅରିନ୍ଦମ ସିହ୍ନା,ବିଚାରପତି ସଙ୍ଗମ କୁମାର ସାହୁ, ବିଚାରପତି ଡ. ଏସ୍.କେ. ପାଣିଗ୍ରାହୀ, ବିଚାରପତି ଏମ୍.ଏସ୍. ସାହୁ, ବିଚାରପତି ଆର୍.କେ. ପଟ୍ଟନାୟକ, ବିଚାରପତି ଏ.କେ. ମହାପାତ୍ର, ବିଚାରପତି ବି.ପି. ଶତପଥୀ, ବିଚାରପତି ଏସ୍.କେ. ମିଶ୍ର ପ୍ରମୁଖ ବିଭିନ୍ନ ଖଣ୍ଡପୀଠରେ ଭିନ୍ନ ଭିନ୍ନ ମାମଲାର ଶୁଣାଣି କରିଥିଲେ । ଏହି ଲୋକ ଅଦାଲତରେ ଚେକ୍ ବାଉନ୍ସ, ବ୍ୟାଙ୍କ ମାମଲା, କ୍ରିମିନାଲ୍ କମ୍ପାଉଣ୍ଡେବୁଲ୍ ମାମଲା ଓ ବିଭିନ୍ନ ବୀମା କମ୍ପାନୀର ମାମଲାଗୁଡିକର ଶୁଣାଣି ହୋଇଥିଲା । ।