Odia News Portal

ଘରେ ପଶି ମହିଳା ସରକାରୀ ଅଧିକାରୀଙ୍କୁ ଛୁରି ଭୁସି ହତ୍ୟା କଲେ ଦୁର୍ବୃତ୍ତ

କର୍ଣ୍ଣାଟକ ସରକାରଙ୍କ ଅଧୀନରେ ଭୂତତ୍ତ୍ବବିତ୍‌ ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କୁ ବେଙ୍ଗାଲୁରୁସ୍ଥିତ ତାଙ୍କ ବାସଭବନରେ ଛୁରି ଭୁସି ହତ୍ୟା କରାଯାଇଥିବା କଥା ଆଜି ପୁଲିସ କହିଛି।

ପୁଲିସ କହିଛି, କର୍ଣ୍ଣାଟକ ସରକାରଙ୍କ ଖଣି ଓ ଭୂତତ୍ତ୍ବ ବିଭାଗରେ ଉପନିର୍ଦେଶକା ଥିବା ପ୍ରତିମା ନାମ୍ନୀ ସେ ମହିଳାଙ୍କ ଘର ଭିତରକୁ ଦୁର୍ବୃତ୍ତମାନେ ବଳପୂର୍ବକ ପ୍ରବେଶ କରି ଭୀଷଣ ଛୁରାମାଡ଼ କରିଥିଲେ।