Odia News Portal

ଉଦଘାଟିତ ହେଲା ବିଶ୍ୱର ସର୍ବୋଚ୍ଚ ଚେନାବ ରେଲୱେ ସେତୁ

ଉଦଘାଟିତ ହେଲା ବିଶ୍ୱର ସର୍ବୋଚ୍ଚ ଚେନାବ ରେଲୱେ ସେତୁ । ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୫ ଶହ କୋଟି ଖର୍ଚ୍ଚରେ ନିର୍ମିତ ଅତ୍ୟାଧୁନିକ ସେତୁ ।   ୩୫୯ ମିଟର ଉଚ୍ଚତା, ୧୩୫୧ ମିଟର ଦୈର୍ଘ୍ୟର ସେତୁ । ୪୬୭ ମିଟର ତୋରଣ ସ୍ପାନ୍ ଉପରେ ଅବସ୍ଥିତ । ଏହି ସେତୁ ଜମ୍ମୁ ଓ କାଶ୍ମୀର ରିଆସି ଜିଲ୍ଲାର କାଉରି ଓ ବକ୍ଲାଲ ଅଞ୍ଚଳକୁ ସଂଯୋଗ କରିବ । ଚେନାବ ସେତୁର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଜାମ୍ମୁ ଓ କାଶ୍ମୀରର ମୋର ଭଉଣୀ ଏବଂ ଭାଇମାନଙ୍କ ପାଇଁ ଏକ ବିଶେଷ ଦିନ । 46,000 କୋଟି ଟଙ୍କାର ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଉଦଘାଟନ କରାଯାଉଛି, ଯାହା ଲୋକଙ୍କ ଜୀବନ ଉପରେ ଏକ ଅତ୍ୟନ୍ତ ସକାରାତ୍ମକ ପ୍ରଭାବ ପକାଇବ ।  ଏଥି ସହିତ ଭାରତୀୟ ରେଳ ବିଭାଗ ଦ୍ବାରା ଅଞ୍ଜିଠାରେ ନିର୍ମିତ ପ୍ରଥମ କେବଲ୍ ବ୍ରିଜ୍ ମଧ୍ୟ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ।  ଏହାର ଉଚ୍ଚତା ୧୯୩ ମିଟର, ଦୈର୍ଘ୍ୟ ୭୨୫ ମିଟର ଥିବା ବେଳେ ୨୯୦ ମିଟର ମେନ ସ୍ପାନ୍ ରହିଛି । ଏହି ବ୍ରିଜ୍ ଜମ୍ମୁ କାଶ୍ମୀରର କଟ୍ରା ଓ ରଆସି ଜିଲ୍ଲାକୁ ସଂଯୋଗ କରିବ । ଏଥିସହ ଦୁଇଟି ବନ୍ଦେ ଭାରତ ଟ୍ରେନର ମଧ୍ୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହାଦ୍ବାରା ଶ୍ରୀନଗରରକୁ ପ୍ରଥମ ସେମି ହାଇସ୍ପିଡ୍ ଟ୍ରେନ୍ ଗଡ଼ିବ । ଫଳରେ ମାତ୍ର ୩ ଘଣ୍ଟା ମଧ୍ୟରେ କଟ୍ରାରୁ ଶ୍ରୀନଗର ଯାତ୍ରା ସମ୍ଭବ ହୋଇପାରିବ । ମୋଟ ଉପରେ ଜମ୍ମୁ କାଶ୍ମୀରକୁ ୪୪ ହଜାର କୋଟିର ରେଳ ପ୍ରକଳ୍ପର ଭେଟି ଦେବେ ନରେନ୍ଦ୍ର ମୋଦୀ । ସବୁଠୁ ବଡ଼ କଥା ହେଉଛି ଦୀର୍ଘ ୭୮ ବର୍ଷ ଧରି ଭାରତର କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସଂଯୋଗ କରିବାକୁ ଭାରତୀୟ ରେଳପଥର ଯେଉଁ ସ୍ବପ୍ନ ଥିଲା ତାହା ଏହି ରେଳ ପୋଲ ସହ ସାକାର ହୋଇଛି ।