ଖରସ୍ରୋତା, ବ୍ରାହ୍ମଣୀ ଓ କାଣୀ ନଦୀରେ ବନ୍ୟା ସ୍ଥିତି ଉପୁଜିଛି । ବନ୍ୟା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ଫଳରେ ବିଭିନ୍ନ ବ୍ଲକକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଚି । ଯାତାୟତ ଠପ ହୋଇପଡିଛି । ରାଜନଗର, ଆଳି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଛି । ପାଣି ଘେରରେ ଅନେକ ଗାଁ ରହିଛି । , ଲୋକେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି । ବନ୍ୟା ଯୋଗୁଁ ଆଳି ବ୍ଲକର ୧୨ଟି ପଞ୍ଚାୟତ ପ୍ରଭାବିତ ହୋଇଛି । ମାନପୁର- ଗୋବିନ୍ଦପୁର ରାସ୍ତାରେ ୭ ଫୁଟ ଉଚ୍ଚର ବନ୍ୟାପାଣି ଦେଖାଦେଇଛି । ରାଜନଗର ଅଞ୍ଚଳର ପ୍ରାୟ ୩୦ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଫଆଣିରେ ଡଙ୍ଗା ପକାଇ ଯାତାୟତ କରୁଛନ୍ତି ଲୋକେ ।