Odia News Portal

ସବୁଠି ବାଜୁଛି ମା’ ଦୁର୍ଗାଙ୍କର ପ୍ରିୟ ଷୋହଳ ଭରଣୀ ବାଦ୍ୟ, ଦୁଲୁକୁଛି ପୂଜା ମଣ୍ଡପରୁ ଶକ୍ତି ପୀଠ

ଚାଲିଛି ମା’ଙ୍କ ନବଦିନାତ୍ମକ ପୂଜା । ବଲାଙ୍ଗିର ଏକ ମନ୍ତ୍ର ଯନ୍ତ୍ର ତନ୍ତ୍ରର ପୀଠ ହୋଇଥିବାରୁ ଏଠି ଶକ୍ତି ଉପାସନା ସ୍ଵତନ୍ତ୍ର । ଆଉ ଏହି ନବଦିନାତ୍ମକ ପୂଜାରେ ସ୍ଵତନ୍ତ୍ରତା ହେଉଛି ଷୋହଲ ଭରଣୀ ବାଦ୍ୟ । ଏବେ ଷୋହଳ ଭରଣୀ ବାଦ୍ୟରେ ଦୁଲୁକୁଛି ପୂଜା ମଣ୍ଡପରୁ ଶକ୍ତି ପୀଠ । ସବୁଠି ଚାଲିଛି ଶକ୍ତି ଉପାସନା । ବଲାଙ୍ଗିର ଜିଲ୍ଲାର ଶକ୍ତି ପୀଠ ହେଉ କି ପୂଜା ମଣ୍ଡପ ।ସବୁଠି ବାଜୁଛି ଷୋହଳ ଭରଣୀ ବାଦ୍ୟ । କାରଣ ଏହା ହେଉଛି ମା’ ଜଗତଜନନୀ ଦୁର୍ଗାଙ୍କର ପ୍ରିୟ ବାଦ୍ୟ । ପଶ୍ଚିମ ଓଡିଶାର ଢୋଲ ନିଶାନ ତାସାରେ ଦୁଲୁକୁଛି ଶକ୍ତି ପୀଠ । ବାଦ୍ୟ ବଜାଇ ମା’କୁ ଆରଧନା କରାଯାଉଛି । ବିଭିନ୍ନ ଦେବୀଙ୍କ ପାଇଁ ବିଭିନ୍ନ ଉପଚାରରେ ବିଭିନ୍ନ ଛନ୍ଦର ବାଦ୍ୟ ବାଜିଥାଏ । କାହିଁ କେଉଁ କାଳରୁ ଏହା ଦେଖିବାକୁ ମିଳିଛି ।ବଲାଙ୍ଗିର ହେଉଛି ମନ୍ତ୍ର ଯନ୍ତ୍ର ତନ୍ତ୍ରର ପୀଠ । ଏହି ନବଦିନାତ୍ମକ ପୂଜାରେ ମା’ ୯ଟି ବେଶରେ ଦର୍ଶନ ଦେଇଥାନ୍ତି । ଶୈଳପୁତ୍ରୀ, ବ୍ରହ୍ମଚାରୀଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କତ୍ୟାୟନୀ, କାଳରାତ୍ରୀ, ମହାଗୈରୀ ଓ ସିଦ୍ଧିଦାତ୍ରୀ ଭାବରେ ମା’ ଦର୍ଶନ ଦେଇଥାନ୍ତି । ଆଉ ବାଦ୍ୟ ମାଧ୍ୟମରେ ମା’ଙ୍କୁ ଆରଧନା କରୁଥିବା ଦେଖିବାକୁ ମିଳେ ।