ହଂସୁଆରେ ଚାପ ଖେଳି ବିଦାୟ ନେଲେ ମାଆ, ବିଦାୟ ଦେଲେ ହଜାର ହଜାର ଶ୍ରଦ୍ଧାଳୁ By Swadhikar News Last updated Oct 3, 2025 କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ଗଣପର୍ବ ଶାରଦୀୟ ଦୁର୍ଗାପୂଜା ଉତ୍ସାହ ଉଦ୍ଦୀପନାର ସହ ଶେଷ ହୋଇଛି। ରାଜନଗର ଦେବୀ ଘରେ ମାଆ ଦୁର୍ଗାଙ୍କର ଗତକାଲି ଜୟା, ବିଜୟା ଓ ଅପରାଜିତା ପୂଜା ସହିତ ବିସର୍ଜନ ପୂଜା ଅନୁଷ୍ଠିତ ହୋଇଥିଲା। ସମୂହ ପୁଷ୍ପାଞ୍ଜଳି ସହିତ ମାଆଙ୍କର ବିସର୍ଜନ ପୂଜା ସମାପନ ହୋଇଥିଲା। ଆଜି ମା’ଙ୍କୁ ହଂସୁଆ ନଦୀରେ ମେଲାଣି ଦିଆଯାଇଛି। ପରମ୍ପରା ଅନୁଯାୟୀ ଗୋପାଳ ସଂପ୍ରଦାୟର ଲୋକେ ମା’ଙ୍କୁ କାନ୍ଧରେ ବୋହି ରାଜନଗର ବଜାର ପରିକ୍ରମା କରି ହଂସୁଆ ନଦୀକୂଳରେ ପହଁଚାଇଥିଲେ। ଘଂଟଘଂଟା ଓ ପାରମ୍ପାରିକ ବାଦ୍ୟ ସହିତ ହରିବୋଲ ହୁଳହୁଳି ଧ୍ୱନୀରେ ମାଆଙ୍କୁ ମେଲାଣି ଦିଆଯାଇଛି। ହଂସୁଆ ନଦୀରେ ଥିବା ସୁସଜ୍ଜିତ ନୌକାରେ ମା’ ବସି ସାତ ଘେରା ଚାପ ଖେଳିଥିଲେ। ମାଆ ନଦୀରେ ସାତ ଘେରା ଚାପ ଖେଳିବା ପରେ ମେଲାଣି ନେଇଛନ୍ତି। swadhikarswadhikar news Share