ଆଜି ହେଉଛି ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର। ସେଥିପାଇଁ ସବୁ ଶୈବ ପୀଠରେ ଭକ୍ତଙ୍କ ଭିଡ । ସକାଳୁ ସକାଳୁ ବାବାଙ୍କ ଦର୍ଶନ କରିବାକୁ ତତ୍ପର ହୋଇଯାଇଛନ୍ତି ଲୋକେ । ଘଣ୍ଟ ଶବ୍ଦରେ ପରିବେଶ ଯେମିତି ହୋଇଯାଇଛି ଭକ୍ତିମୟ । ସେହିପରି କଟକ ଜିଲ୍ଲାର ଅନ୍ୟତମ ଶୈବ ପୀଠ ବାବା ଧବଳେଶ୍ଵରଙ୍କ ପାଖରେ ବି ପ୍ରବଳ ଭିଡ । ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ। ରାତ୍ର ୪ଟା ରୁ ପହଡ ଖୋଲାଯାଇ ସମସ୍ତ ନୀତିକାନ୍ତି ସମାପନ କରାଯିବା ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ଦ୍ବାର ଫିଟାଯାଇଥିଲା। କିଭଳି ଶ୍ରଦ୍ଧାଳୁମାନେ ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରିବେ ପ୍ରଶାସନ ପକ୍ଷରୁ ପୋଲିସ ମୃତୟନ କରାଯାଇଛି।