Odia News Portal

ମନ ମୋହଉଛି ମା ଦକ୍ଷିଣେଶ୍ଵର କାଳୀ

“ମା” ଶ୍ୟାମା କାଳୀଙ୍କ ଆଗମନରେ ବ୍ୟାସନଗର ପୈାରାଞ୍ଚଳ ଏବେ ଚଳଚଞ୍ଚଳ ହୋଇଉଠିଛି । ସହରରେ ଏବେ ୧୮ ଗୋଟି ମେଢ଼ ପୂଜା ପାଉଥିବା ବେଳେ କଲେଜ ଛକ ପାନ୍ଥୀକା ନିକଟସ୍ଥ ‘ମା’ ଦକ୍ଷିଣେଶ୍ବରୀ କାଳୀଙ୍କ ନିକଟରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳୁଛି। ସୁଶୋଜିତ ତୋରଣ ସାଙ୍ଗକୁ ଆଖି ଝଲସୁଥିବା ‘ମା’ ଙ୍କ ମୂର୍ତ୍ତି  ଓ଼ ଜିକିମିକ ଲାଇଟର ସାଜସଜାକୁ ଦେଖି ଲୋକମାନଙ୍କ ମନରେ ଉତ୍ସାହ ଭରିଯାଉଥିବା ଦେଖିବାକୁ ମିଳୁଛି। ଏହି ଅନୁଷ୍ଠାନର ସଭାପତି ଶ୍ରୀ ପ୍ରଶାନ୍ତ ବୋଇତେଇ ଓ଼ ସମ୍ପାଦକ ଦୈତାରୀ ଧଳ’ଙ୍କ ନେତୃତ୍ୱରେ ଏହି “ମା”ଙ୍କ ପୂଜା ଦ୍ୱତୀୟ ବର୍ଷରେ ପଦାର୍ପଣ  କରିଥିଲେ ମଧ୍ୟ ଦର୍ଶକଙ୍କ ମାନଙ୍କୁ ଠାକୁରଙ୍କ ପରିବେଶ ଆକୃଷ୍ଟ କରୁଥିବା ସମ୍ପାଦକ କହିଥିଲେ। ପ୍ରତିଦିନ ଦର୍ଶକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ସାଂକୃତିକ କାର୍ଯ୍ୟକ୍ରମ କରାଯିବା ସହ ଭକ୍ତଙ୍କ ପାଇଁ ଅର୍ଣ୍ଣପ୍ରସାଦ ସେବନର ଆୟୋଜନ କରାଯାଉଥିବା ସଭାପତି କହିଥିଲେ। ଆଗାମୀ ବର୍ଷ ଏହି ‘ମା’ଙ୍କ ପୂଜା ଆହୁରି ଯାକଯାକମରେ ହେବ ବୋଲି ସୂଚନା ଦେଇଥିଲେ।