ଆଜି ବି ଉପବାସରେ ପ୍ରଭୁ ଲିଙ୍ଗରାଜ, ଗତକାଲି ଠାରୁ ଲିଙ୍ଗରାଜ ମନ୍ଦିର ନୀତିକାନ୍ତି ବନ୍ଦ କରିଥିଲେ ସମର୍ଥା ସେବାୟତ By Swadhikar News Last updated Oct 30, 2025 ଆଜି ବି ଉପବାସରେ ପ୍ରଭୁ ଲିଙ୍ଗରାଜ । ଯଦିଓ ଆଜି ଲିଙ୍ଗରାଜ ମନ୍ଦିରରେ ଦ୍ଵାର ଫିଟା ନୀତି ସହ ଦ୍ଵାରପାଳ ପୂଜା, ସକାଳ ଧୂପ ଓ ସୂର୍ଯ୍ୟପୂଜା ଆଦି ସ୍ଵାଭାବିକ ଭାବେ ଅନୁଷ୍ଠିତ ହୋଇଛି ତଥାପି ଏବେ ମଧ୍ୟ ଉପବାସ ରେ ରହିଛନ୍ତି ଲିଙ୍ଗରାଜ । ଗତକାଲି ଠାରୁ ଲିଙ୍ଗରାଜ ମନ୍ଦିର ନୀତିକାନ୍ତି ବନ୍ଦ କରିଥିଲେ ସମର୍ଥା ସେବାୟତ । ନିଅଂଶ ପାଳି ପଡୁଥିବାରୁ ମନ୍ଦିର ପ୍ରଶାସନ ଏଥିରେ ହସ୍ତକ୍ଷପ କରି ସମାଧାନ ନକରିଥିବାରୁ ମହାପ୍ରଭୁ ଲିଙ୍ଗରାଜ ଉପବାସ ରହିଛନ୍ତି । ମହାକାର୍ତ୍ତିକ ମାସରେ ଖାଡ଼ା ଉପାସରେ ମହାପ୍ରଭୁ। ହବିଷିଆଳିମାନେ ମଧ୍ୟ ପ୍ରଭୁଙ୍କ ମହାପ୍ରାସାଦ ପାଇବାରୁ ବଞ୍ଚିତ ହୋଇଛନ୍ତି । ସୂଚନା ମୁତାବକ ଶ୍ରୀ ଲିଙ୍ଗରାଜ ମନ୍ଦିର ବାହାରେ ଫୁଲ ଦୋକାନ କରି ବ୍ୟବସାୟ କରିବା ପାଇଁ ଦାବି କରୁଥିଲେ ସମର୍ଥା ସେବାୟତ । ଏହାକୁ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ମିଳିଲା ନାହିଁ । ଏହାକୁ ନେଇ କ୍ଷୋଭ ପ୍ରକାଶ କରି ନୀତିକାନ୍ତି ବନ୍ଦ ରଖିଛନ୍ତି ସମର୍ଥା ସେବାୟତ । ଏବେ ଏନେଇ ସମର୍ଥା ସେବାୟତ ନିଯୋଗ ସହ ଆଲୋଚନା ଚାଲିଛି । ଖୁବଶୀଘ୍ର ସମାଧାନ ହୋଇଯିବ ବୋଲି ସୂଚନା ଦେଇଛନ୍ତି ଲିଙ୍ଗରାଜ ମନ୍ଦିର ପ୍ରଶାସନ କାର୍ଯ୍ୟ ନିର୍ବାହୀ ଅଧିକାରୀ । swadhikarswadhikar news Share