Odia News Portal

ଲେବାନନରେ ଇସ୍ରାଏଲର ଆକ୍ରମଣ, ୧୩ ମୃତ

ଲେବାନନରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ । ଏହି ଆକ୍ରମଣରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଅନେକ ଆହତ ହୋଇଛନ୍ତି । ଆହତମାନଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଗକୁ ମୃତ୍ୟୁହାର ବଢିବାର ସମ୍ଭାବନା ରହିଛି ।ସୂଚନାନୁଯାୟୀ, ସିଦୋନରେ ପାଲେଷ୍ଟାଇନ୍ ଶରଣାର୍ଥୀ କ୍ୟାମ୍ପ ଉପରେ ଡ୍ରୋନ୍ ହମଲା କରିଥିଲେ । ଯୁଦ୍ଧବିରାମ ସତ୍ତ୍ବେ ଏହି ଆକ୍ରମଣ ଲେବାନନ୍ ଉପରେ ସବୁଠାରୁ ବଡ଼ ହମଲା । ଏହାରି ମଧ୍ୟରେ ଇସ୍ରାଏଲ କହିଛି ଯେ, ଏହା ଶରଣାର୍ଥୀଙ୍କ କ୍ୟାମ୍ପ ନୁହେଁ ବରଂ ଆତଙ୍କବାଦୀଙ୍କର କ୍ୟାମ୍ପ ଥିଲା । କ୍ୟାମ୍ପରେ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦିଆଯାଉଥିବା ଅଭିଯୋଗ କରିଛି ଇସ୍ରାଏଲ । ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଏହି ଆକ୍ରମଣକୁ ଜଘନ୍ୟ ଅପରାଧ ବୋଲି ହମାସ୍ କହିଛି ।