ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ମନ୍ଦିରରେ ଅଣହିନ୍ଦୁ ପ୍ରବେଶକୁ ନେଇ ଉତ୍ତେଜନା । ଜଣେ ହିନ୍ଦୁ ଯୁବତୀଙ୍କ ସହ ଜଣେ ଅଣହିନ୍ଦୁ ଯୁବକଙ୍କ ପ୍ରବେଶକୁ ଉତେଜନା ପ୍ରକାଶ ପାଇଛି । ନିକଟରେ ଥିବା ସାଇକେଲ ଷ୍ଟାଣ୍ଡ କର୍ମଚାରୀଙ୍କ ଫୋନ ପେ’ ରୁ ଯୁବକ ଜଣକ ସଂଖ୍ୟା ଲଘୁ ବୋଲି ଜାଣିବାକୁ ପାଇଥିଲେ । ପରେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ।
ଯୁବକଙ୍କ ଘର ଇଜାପୁର ଅଞ୍ଚଳରେ । ଅଣହିନ୍ଦୁ ଜଣାପଡ଼ିବାରୁ ସାଇକେଲ ଷ୍ଟାଣ୍ଡ କର୍ମଚାରୀ ମନ୍ଦିର ପୋଲିସକୁ ଖବର ଦେଇଥିଲେ । ହିନ୍ଦୁ ଯୁବତୀ ଓ ଅଣହିନ୍ଦୁ ଯୁବକଙ୍କୁ ଟାଉନ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅନ୍ୟପଟେ ବିରଜା ମନ୍ଦିର ପ୍ରବେଶ ଦ୍ୱାରରେ ସୁରକ୍ଷା କର୍ମୀ ନିୟୋଜିତ ଏବଂ ଆଧାର ଯାଞ୍ଚ କରି ମନ୍ଦିର ପ୍ରବେଶ ପାଇଁ ଅନୁମତି ପ୍ରଦାନ କରିବାକୁ ଦାବି ଜୋର ଧରିଛି ।
